ଜିଓ ଗ୍ରାହକଙ୍କ ପାଇଁ ଝଟକା ଖାଇବା ଭଳି ଖବର । ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହାସହ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ JIO Safe ସର୍ଭିସ୍ ଲଞ୍ଚ କରିଛି । ସେହିପରି କମ୍ପାନୀ AI Powered Jio Translate ସର୍ଭିସର ବି ଶୁଭାରମ୍ଭ କରିଛି । ଏହାସହ ଅନଲିମିଟେଡ 5G ସେବା ଜିଓ ବନ୍ଦ କରିଦେଇଛି । କିଛି ନିର୍ଦ୍ଦିଷ୍ଟା ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଜିଓ ନିଜର ଏକାଧିକ ପୁରୁଣା ପ୍ଲାନକୁ ରିଭାଇଜ୍ କରିବା ସହ ନୂଆ ଅନଲିମିଟେଡ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ ଆଣିଛି । ୩ ଜୁଲାଇରୁ ୟୁଜର୍ସ ଏହି ନୂଆ ପ୍ଲାନ ମାଧ୍ୟମରେ ନିଜ ନମ୍ବର ରିଚାର୍ଜ କରିବାକୁ ପଡ଼ିବ । ଜିଓ ନିଜର True 5G ସର୍ଭିସକୁ ଦେଶର ୮୫ ପ୍ରତିଶତ କ୍ଷେତ୍ରରେ ହଟାଇ ଦେଇଛି ।
ଏବେ କେଉଁ ପ୍ଲାନ ପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ଆସନ୍ତୁ ଜାଣିବା…
ପୂର୍ବରୁ ଜିଓର ୨୮ ଦିନିଆ ପ୍ଲାନରେ ୧୫୫, ୨୦୯, ୨୩୯, ୨୯୯, ୩୪୯ ଓ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୧୮୯, ୨୪୯, ୨୯୯, ୩୪୯, ୩୯୯ ଓ ୪୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ଆପଣ ଯଦି ୧୫୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୧୮୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ ।
ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ତିନି ମାସିଆ (୮୪) ଦିନିଆ ପ୍ଲାନରେ ବି ପରିବର୍ତ୍ତନ ହୋଇଛି । ପୂର୍ବରୁ ଏହି ପ୍ଲାନରେ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
୩୩୬ ଦିନ ବର୍ଷିକିଆ ପ୍ଲାନର ଦାମ ବି ବଢ଼ିଛି । ପୂର୍ବରୁ ଏହି ପ୍ଲାନ ପାଇଁ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।