ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଯାହାବି କିଛି ଅପଡେଟ ରହିଛି ପ୍ରତ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ଜାତୀୟ ଶିକ୍ଷାନୀତି- ୨୦୨୦ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ପାଳନ ହେବ ‘ଶିକ୍ଷା ଶପଥ’ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୨ରୁ ୨୮ ତାରିଖ ମଧ୍ୟରେ ପାଳନ କରାଯିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୨୨ରେ ଟିଏଲ୍ଏମ୍ (ଶିକ୍ଷକ ଶିକ୍ଷା ସାମଗ୍ରୀ) ଦିବସ ପାଳନ କରାଯିବ। ୨୩ରେ ଏଫ୍ଏଲ୍ଏନ୍ ଦିବସ ପାଳନ କରାଯିବ। ୨୪ରେ କ୍ରୀଡ଼ା ଦିବସ ପାଳନ କରାଯିବ। ଏଥିରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ୨୫ରେ ସାଂସ୍କୃତିକ ଦିବସ ପାଳନ କରାଯିବ।
ଏଥିରେ ପିଲାଙ୍କ ମଧ୍ୟରେ ଏକତା ଓ ବିବିଧତା ରକ୍ଷା କରିବା ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୨୬ରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳନ କରାଯିବ। ୨୭ରେ ମିଶନ ଲାଇଫ୍ ପାଇଁ ଇକୋ କ୍ଲବ୍ ସ୍କୁଲ ପୋଷଣ ଦିବସ ପାଳନ କରାଯିବ ।
ଏଥିରେ ନୂଆ ଇକୋ କ୍ଲବ୍ କରାଯିବ । ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି କ୍ଲବ୍ ଦ୍ବାରା ବୃକ୍ଷରୋପଣ କରାଯିବ। ୨୮ରେ ପାଳନ ହେବ ସମ୍ପ୍ରଦାୟ ଯୋଗଦାନ ଦିବସ। ଏଥିରେ ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ