ଭୁବେନେଶ୍ଵର ରୁ ବ୍ରହ୍ମହପୁର ସବୁଠି ହେବ ପ୍ରବଳ ବର୍ଷା ଚାରିଆଡେ ମାଡ଼ିଯିବ ପାଣି ଆହୁରି ଚାରିଦିନ କଲବଳ କରିବ ବର୍ଷା ବାହାରକୁ ବାହାରିବା ମନ | ଆକାଶରେ ଘାଟିଆସିବ କଳାହାଣ୍ଡି ମେଘ ଏହି ଜିଲ୍ଲା ସବୁ ସାବଧାନ |
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କ୍ରମେ ଏହା ଦକ୍ଷିଣ ଓଡିଶା ଉପକୂଳ ଆଡକୁ ପରିବ୍ୟାପ୍ତ ହେବ ।
ଲଘୁଚାପ ପ୍ରଭାବରେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଅନେକ ଅଞ୍ଚଳରେ ବର୍ଷା ହେଉଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।