Anuchinta: ସ୍ବାମୀଙ୍କ ସହିତ ଭୋଜନ କରୁଥିଲେ ସାବଧାନ, ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ ମହିଳା ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ । ଆମ ଶାସ୍ତ୍ରରେ ଭୋଜନ କରିବାର ନିୟମମାନ ରଖାଯାଇଅଛି । ଏହି ନିୟମଗୁଡିକ ବୈଜ୍ଞାନିକ ଦୃଷ୍ଟିକୋଣରୁ ସଂପୂର୍ଣ୍ଣ ପରିପୃଣ୍ଣ ଅଟେ । ମଣିଷ ଜୀବନରେ ଖାଦ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଳାଇ ଥାଏ । ଖାଦ୍ୟ ବିନା ମଣିଷ ବଞ୍ଚିବା ଅସାଧ୍ୟକର କାମ ଅଟେ । ଖାଦ୍ୟ ମଣିଷ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ମାତ୍ର ଯଦି ଆମେ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଭୋଜନ କରିଥାଉ ତେବେ ଆମେ ଦେବତାମାନଙ୍କର ଆର୍ଶୀବାଦ ପ୍ରାପ୍ତ କରିଥାଉ । ତେବେ ଆସନ୍ତୁ ଜାଣିବା ଭୋଜନ କରିବାର ନିୟମ ଗୁଡିକ ବିଷୟରେ ପ୍ରଥମତ ଭୋଜନ କରିବା ପୂର୍ବରୁ ହାତ ଓ ଗୋଡକୁ ଭଲ ଭାବରେ ଧୋଇଦେବା ଉଚିତ୍ ଏବଂ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ମା ଅନ୍ନପୂର୍ଣ୍ଣା କୁ ସ୍ମରଣ କରି ଧନ୍ୟବାଦ ଜଣାଇ ଗ୍ରହଣ କରିବା ଉଚିତ ହୋଇଥାଏ ।

ଭୋଜନ କରି ପ୍ରସ୍ତୁତ କରୁଥିବା ମହିଳା ଭଲଭାବରେ ଗାଧୋଇ ପୂଜାପାଠ କରିସାରିବା ପରେ ରନ୍ଧାଶାଳା ରେ ଭୋଜନକୁ ତିଆରି କରିବାର ଉଚିତ୍ ହୋଇଥାଏ । ସର୍ବପ୍ରଥମେ ତିନୋଟି ରୁଟି ଗୋଟେ ଗାଈ ପାଇଁ ଆଉ ଗୋଟେ କୁକୁର ଓ ଆଉ ଏକ କାଉ ପାଇଁ ଅଲଗା କରି ରଖିବା ପରେ ଯାଇ ଘରଲୋକଙ୍କୁ ଭୋଜନ ବାଡିବା ଉଚିତ୍ । ଏହା ସହିତ ମନେ ରଖିବେ ଯେ ସବୁବଲେ ଚେଷ୍ଟା କରିବେ ଯେ ଘରର ସମସ୍ତ ଲୋକେ ଏକା ସଙ୍ଗରେ ବସି ଭୋଜନ ଗ୍ରହଣ କରିବାକୁ । କାରଣ ଅଲଗା ଅଲଗା ବସି ଭୋଜନ ଗ୍ରହଣ କରିବା ହେତୁ ଘରଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାର ସମ୍ଭବନା ରହିଥାଏ ।

ତେଣୁ ଏକତ୍ର ଭୋଜନ ପ୍ରେମ ଓ ଏକତାକୁ ବୃଦ୍ଧି କରିଥାଏ । ପ୍ରାତ ଓ ସାୟ କାଳ ହିଁ ଭୋଜନ ଲରିବାର ବିଧାନ ରହିଥାଏ । ଯେଉଁ ବ୍ୟକ୍ତି ଏକ ଥର ଭୋଜନ କରନ୍ତି ସେ ଯୋଗୀ ଅଟନ୍ତି ଓ ଯେଉଁ ବ୍ୟକ୍ତି ଦୁଇ ଥର ଭୋଜନ କରନ୍ତି ସେ ଭୋଗ୍ୟ ଅଟନ୍ତି । ଭୋଜନ କରିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରିକି ଖାଇବାର ବିଧି ରହିଛି । ଗଛ ତଳେ ବସି ଭୋଜନ ଗ୍ରହଣ କରିବା ଅନୁଚିତ୍ ହୋଇଥାଏ । କୋଣସି ବ୍ୟକ୍ତିକ ଦ୍ଵାରା ଛଡା ଯାଇଥିବା ଖାଦ୍ୟକୁ ଗ୍ରହଣ କରିବା କଥା ନୁହେଁ ।

ପଶୁ ଛୁଇଁଥିବା ଖାଦ୍ୟକୁ କେବେବି ଗ୍ରହଣ କରନ୍ତୁ ନାହିଁ । ରାତ୍ରି ସମୟରେ ଅଳ୍ପ ପରିମାଣରେ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ସ୍ଵାସ୍ଥବାନ ,ସନ୍ତାନ ଓ ସୁଖପନ୍ନ ଜୀବନ ପ୍ରାପ୍ତ କରିଥାଏ । ଭୋଜନ କରିବା ସାଙ୍ଗେ ସାଙ୍ଗେ ପାଣି ବ ଚା ‘ ପିଇବା ଅନୁଚିତ୍ ହୋଇଥାଏ । ଭୋଜନ ର ଏକ ଘଣ୍ଟା ପରେ ମିଠା ବ ଫଳ ଖାଇବା ଦ୍ଵାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।

ଖାଇବା ସମୟରେ ତାଳିରେ ବାଳ ବାହାରିଥିଲେ ତତଖଣି ଖାଇବାକୁ ତ୍ୟାଗ କରିବା ଉଚିତ୍ ହୋଇଥାଏ । ଏଭଳି ଖାଦ୍ୟ ମଣିଷକୁ ଦରିଦ୍ର କରିଥାଏ । ସ୍ଵାମୀ ଓ ସ୍ତ୍ରୀ ଏକ ତାଳିରେ ଖାଇବା ଅନୁଚିତ୍ ହୋଇଥାଏ । କାରଣ ଶାସ୍ତ୍ର ଅନୁଯାୟୀ ସ୍ଵାମୀ ଖାଇସାରିଲା ପରେ ସ୍ତ୍ରୀ ଭୋଜନ କରିବା ବିଧି ଅଟେ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *