ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଦେଲେ ଖୁସି ଖବର ,ସବୁ Student ମାନଙ୍କୁ ମିଳିବ ଅର୍ଥ ରାଶି କେଉଁ ମାନେ ପାଇବେ ଜାଣିରଖନ୍ତୁ

ଦର୍ଶକବନ୍ଧୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ଏକ ବହୁତ ବଡ଼ ଖୁସିର ଖବର ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ସ୍କୁଲରେ ଉପସ୍ଥାନ ବଢ଼ାଇବା ପାଇଁ ଅଣ୍ଟା ଭିଡିଛନ୍ତି ଗଣଶିକ୍ଷା ବିଭାଗ।

ରାଜ୍ୟର ସମସ୍ତ ଜିଲ୍ଲାର ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏନେଇ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଯଦି ୧ କିଲୋମିଟରରୁ ଅଧୁକ ଦୂର ବିଦ୍ୟାଳୟକୁ ଯାଉଥିବେ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ।

ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ୩ କିମି ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ୫ କିମିରୁ ଅଧିକ ଦୂର ବିଦ୍ୟାଳୟକୁ ଯାଉଥିଲେ, ସରକାର ସେମାନଙ୍କ ଯାତାୟାତ ବାବଦକୁ ଅର୍ଥ ପ୍ରଦାନ କରିବେ। ବର୍ଷକୁ ଜଣେ ଛାତ୍ର ସର୍ବାଧିକ ଛଅ ହଜାର ଟଙ୍କା ପାଇବ | 75 ପ୍ରତିଶତରୁ ଅଧିକ ଉପସ୍ଥାନ ଥିବା ଛାତ୍ର ଛାତ୍ରୀ ଏହି ଅର୍ଥ ରାଶି ପାଇବେ

Leave a Reply

Your email address will not be published. Required fields are marked *