ଫେଲ ମାରିଲା Young India:ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେର ବୃହତ ବିଜୟ, ଗିଲ କହିଲେ ମୋ ନିଜ ଭୁଲ ପାଇଁ ଆମେ ହାରିଗଲୁ।

ଦର୍ଶକବନ୍ଧୁ ଫେଲ ମାରିଲା ୟଙ୍ଗ ଇଣ୍ଡିଆ ପ୍ରଥମ ଟିଟ୍ୱେଣ୍ଟି ମ୍ୟାଚରେ ଟିମ ଇଣ୍ଡିଆର ବୃହତ ବିଜୟ ଜିତିବା ମ୍ୟାଚକୁ ହାତ ଛଡ଼ା କଲା ଭାରତ ଜିମ୍ବାୱେ ବିପକ୍ଷ ଟି ଟ୍ୱେଣ୍ଟି ସିରିଜରେ ଫେଲ ମାରିଚି ୟଙ୍ଗ ଇଣ୍ଡିଆ ଟିମ ଶୁଭମନ ଗିଲଙ୍କ ନେତୃତ୍ୱରେ IPL ଷ୍ଟାର ଖେଳାଳିଙ୍କୁ ମାତ ଦେଇଛି ଜିମ୍ବାୱେ ଟିମ | ଟିଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ 13 ରନରେ ପରାସ୍ତ କରିଛି

ଜିମ୍ବାୱେର ବୋଲର ମାନଙ୍କ ଆଗରେ ହାର ମାନି ଯାଇଛନ୍ତି ଇଣ୍ଡିଆର ଏହି ଯୁବ ଖେଳାଳି ମାନେ | ପ୍ରଥମେ ବ୍ୟାଟିଙ୍ଗ କରି ଜିମ୍ବାୱେ ଭାରତକୁ 116 ରନର ଛୋଟ ଲକ୍ଷ ଦେଇଥିଲା କିନ୍ତୁ ଟିମ ଇଣ୍ଡିଆର ବ୍ୟାଟିଙ୍ଗ ବିପର୍ଯ୍ୟୟ ଯୋଗୁ ଏଥର ମ୍ୟାଚରେ ପରାସ୍ତ ହୋଇଛି ଶୁଭମନ ଗିଲଙ୍କ ସେନା 19.5 ଓଭରରେ ମାତ୍ର 102 ରନରେ ଅଲ ଆଉଟ ହୋଇଛି ଭାରତୀୟ ଟିମ |

ତେବେ ଭାରତ ପକ୍ଷରୁ ଦୁଇ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ବାରେ ସଫଳ ହୋଇଥିଲେ ଯେଉଁଥିରେ ଶୁଭମନ ଗିଲ ସର୍ବାଧିକ 31 ରନ କରିଥିଲେ | ତେବେ IPL ରେ ଦମଦାର ପ୍ରଦର୍ଶନ କରି ଟିମ ଇଣ୍ଡିଆରେ ସୁଯୋଗ ପାଇଥିବା ଅଧିକାଂଶ ଖେଳାଳି ଏହି ମ୍ୟାଚରେ ଫେଲ ମାରିଛନ୍ତି | ଅଭିଷେକ ଶର୍ମା ଏବଂ ଋତୁରାଜ ଗାଇକୱାଡଙ୍କ ସହିତ ରିଙ୍କୁ ସିଂହ ଏବଂ ରିୟାନ ପରାଗ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛନ୍ତି |

ଅଭିଷେକ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିବା ବେଳେ ଋତୁରାଜ ଗାଈକ୍ଵଡ ମଧ୍ୟ 7 ରନ କରି ଫେରି ଯାଇଥିଲେ ସେହି ପରି ରିୟାନ ପରାଗ 2 ରନ ଏବଂ ରିଙ୍କୁ ସିଂହ କୌଣସି ରନ କରିବା ପୂର୍ବରୁ ପାଭିଲିୟନ ଫେରିଥିଲେ | ଜିମ୍ବାୱେର ସମସ୍ତ ବୋଲର ଉଇକେଟ ନେଇ ସଫଳତା ପାଇଥିଲେ |

Leave a Reply

Your email address will not be published. Required fields are marked *