ସର୍ବ ପ୍ରଥମେ ଦେଖନ୍ତୁ ଏହି ଗଛକୁ ବହୁତ ସୁନ୍ଦର ଗଛ ଅଟେ ଖାସ କରି ଦେବୀ ଦେବତାଙ୍କୁ ପୂଜା ସମୟରେ ଫୁଲକୁ ପ୍ରୟୋଗ କରିଥାଉ ତ ଏହି ଗଛକୁ ମନ୍ଦାର ଫୁଲ ବୋଲି କୁହାଯାଏ | ଏହା ଆପଣ ଜାଣିଥିବେ ଆଜି ଆମେ ଆପଣଙ୍କୁ ଏହି ଗଛର ଜବରଦସ୍ତ ଆୟୁର୍ବେଦିକ ଚମତ୍କାର ବିଷୟରେ କହିବି ଏହି ବିଷୟଟିକୁ ଥରେ ଯାଏ ନିଶ୍ଚୟ ଦେଖନ୍ତୁ | ଆପଣଙ୍କର ନିଶ୍ଚିତ ଫାଇଦା ହେବ | ଏହିପରି ଗଛ ଆମ ଘର ଚାରିପାଖରେ ବହୁତ ମିଳିଥାଏ ଯାହା କିଛିନା କିଛି ରୋଗକୁ ଠିକ କରିବା ପାଇଁ କାମରେ ଆସିଥାଏ କିନ୍ତୁ ଏହା ବିଷୟରେ ଆମେ ଜାଣିନଥିବାରୁ ଆମ ପାଇଁ କେବଳ ଫୁଲ ହୋଇକି ରହିଯାଏ ବାସ କେବଳ ଦେବୀ ଦେବତାଙ୍କୁ ପୂଜା କରିବା ପାଇଁ ଏହି ଫୁଲକୁ ପ୍ରୟୋଗ କରିଥାଉ ଏହାର ଆୟୁର୍ବେଦିକ ପ୍ରୟୋଗ ଆମେ ଯଦି ଶିଖି ଯାଆନ୍ତେ ଆମେ ବହୁତ ସାରା ରୋଗକୁ ମଧ୍ୟ ଠିକ କରିପାରିବା ଏହାର ଚମତ୍କାରି ଫାଇଦାରେ ଆମେ ଅନେକ ରୋଗ ଦୂର କରିପାରିବା |
ଯେଉଁ ମାନଙ୍କୁ ଅର୍ଶ ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିଛି ମନ୍ଦାର ଫୁଲର କଢ଼କୁ ନେଇ ଘିଅରେ ଭାଜନ୍ତୁ ଏବଂ ସେଥିରେ ମିଶ୍ରୀ ମିଶାନ୍ତୁ । ତାହାକୁ ଯଦି ଆପଣ କେଶର ସହିତ ସେବନ କରନ୍ତି ତେବେ ଅର୍ଶ ଭଳି ସମସ୍ୟାରୁ ମୁକ୍ତି ମିଳି ପାରିବ । ଏହାର ପତ୍ରକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ସେହି ଗୁଣ୍ଡକୁ ଯଦି ଆପଣ କ୍ଷୀରରେ ମିଶାଇ ସେବନ କରନ୍ତି , ତେବେ ଯେଉଁ ମାନଙ୍କ ଲିଭର ପାୱାର କମଜୋର ହୋଇଥାଏ ସେଥିରୁ ମୁକ୍ତି ମିଳିଥାଏ । ମନ୍ଦାର ଫୁଲ ପାଖୁଡ଼ା ପକାଇ ଚା’ ପ୍ରସ୍ତୁତ କରି ତାହାକୁ ସେବନ କଲେ କଲେଷ୍ଟେରଲ ସ୍ତର କମିଥାଏ
ଏହି ମନ୍ଦାର ଫୁଲ ମାତା ଲକ୍ଷ୍ମୀ , ମାତା ଦୁର୍ଗା ଏବଂ ଶ୍ରୀହନୁମାନଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ସୁଖ ସମୃଦ୍ଧି ପାଇଁ ଏହି ଫୁଲକୁ ବିଭିନ୍ନ ଉପାୟରେ ମାତା ଦୁର୍ଗାଙ୍କୁ ଅର୍ପିତ କରାଯାଏ । ମଙ୍ଗଳ ଦୋଷ ଥିଲେ ତାହା ମଧ୍ୟ ଦୂର ହୋଇପାରିବ । ମଙ୍ଗଳ ଦୋଷ କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ତେଣୁ ମଙ୍ଗଳକୁ ଦୃଢ଼ କରିବା ପାଇଁ ଘରେ ମନ୍ଦାର ଫୁଲ ଗଛ ନିଶ୍ଚୟ ଲଗାନ୍ତୁ । କୌଣସି ସ୍ତ୍ରୀ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ।ତେଣୁ ପ୍ରତ୍ୟକ ସପ୍ତାହରେ ସେହି ଗଛରୁ ମଙ୍ଗଳବାର ଦିନ ଗୋଟିଏ ଲେଖାଏଁ ମନ୍ଦାର ଫୁଲ ଶ୍ରୀହନୁମାନଙ୍କୁ ଅର୍ପିତ କଲେ ମଙ୍ଗଳ ଦୋଷ ଦୂର ହୋଇ ପାରିବ ଏବଂ ବୈବାହିକ ଜୀବନର ସମସ୍ୟା କିମ୍ବା ବିବାହ ଜନିତ ସମସ୍ୟା ଦୂର ହୋଇଯିବ ।
ଯଦି ଆପଣ ପାଞ୍ଚଟି ଫୁଲ ଚଢ଼ାନ୍ତି ସେମାନଙ୍କୁ ଅଷ୍ଟ ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ଯଦି କେହି ବ୍ୟକ୍ତି ଶନିଙ୍କ ସାଢ଼େ ସାତି ସମସ୍ୟା ଦ୍ୱାରା ପୀଡ଼ିତ ଅଛନ୍ତି ତେବେ ସେ ପାଞ୍ଚଟି ମନ୍ଦାର ଫୁଲ ନେଇ ଶ୍ରୀରାମଚନ୍ଦ୍ରଙ୍କ ନାମ ଜପ କରି ଶ୍ରୀହନୁମାନଙ୍କୁ ଅର୍ପିତ କରିଦେବା ଉଚିତ । ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ତେବେ ଶୁକ୍ରବାର ଦିନ ୨୧ ରି ମନ୍ଦାର ଫୁଲର ମାଳା ତିଆରି କରି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ମନସ୍କାମନା ପୂରଣ ହୋଇଯିବ ମାତ୍ର ଏହି ଉପାୟ ସନ୍ଧ୍ୟା ସମୟରେ କରିବା ଅଧିକ ପ୍ରଭାବୀ ହୋଇଥାଏ ।