ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସପ୍ତଫେଣୀ ନାଗର ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ,ଛୋଟ ପିଲା ଦେଖନ୍ତୁ ନାହିଁ

ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ମୁଖ୍ୟତଃ ଦୁଇଟି ଭାଗ। ବାହାର ରତ୍ନଭଣ୍ଡାର ହେଉଛି ଏହାର ପ୍ରଥମ ଭାଗ। ଏଠାରେ ଶ୍ରୀଜିଉଙ୍କ ନିୟମିତ ବ୍ୟବହାର ହେଉଥିବା ଅଳଙ୍କାର ଆଦି ରଖାଯାଇଥାଏ। ୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରତ୍ନଭଣ୍ଡାରର ବିଧିବଦ୍ଧ ଅନୁଧ୍ୟାନ କରାଯାଇଥିଲା। ସେହି ବର୍ଷ ମେ ୫ତାରିଖଠାରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ରତ୍ନଗଣନା କାର୍ଯ୍ୟ। ପ୍ରାୟ ୩ ମାସ ବ୍ୟାପୀ ଏହି ଗଣତି କାର୍ଯ୍ୟ ବେଳେ ଶ୍ରୀଜିଉଙ୍କ ଭିତର ଏବଂ ବାହାର ରତ୍ନଭଣ୍ଡାରରେ ଥିବା ପ୍ରତିଟି ସୁନା, ରୁପା ଓ ଅନ୍ୟ ରତ୍ନ ଅଳଙ୍କାରର ଆକାର, ପ୍ରକାର ଏବଂ ଓଜନ ସମ୍ପର୍କରେ ଅନୁଧ୍ୟାନ କରାଯାଇ ବିଧିବଦ୍ଧ କରାଯାଇଥିଲା

ହେଲେ ସେଠାରେ ରତ୍ନ ଛଡା ଆଉରି କିଛି ଭୟଙ୍କର ଜିନିଷ ଅଛି ବୋଲି କୁହାଯାଏ । ଏହି ରତ୍ନ ଅଳଙ୍କାର ତାଲିକାକୁ ନେଇ ହୋଇଥିବା ପୁସ୍ତିକାର ଗୋଟିଏ ଅଳଙ୍କାର ସମ୍ପର୍କରେ ଆସନ୍ତୁ କ’ଣ ବର୍ଣ୍ଣନା ହୋଇଛି ଦେଖିବା। ଏହାର ପୃଷ୍ଠା ୨ରେ ରହିଛି ‘ରତ୍ନଜଡ଼ିତ ସୁନା ନାକୁଆସି’। ଏହି ଅଳଙ୍କାର ସମ୍ପର୍କରେ ଲେଖାଯାଇଛି: “ଦୁଇ ମଝି ବେଢ଼ରେ ମୁକ୍ତା ୧୬୮, ଧଡ଼ିରେ ସୂକ୍ଷ୍ମ ମୁକ୍ତା ୯୨, ଶୀର୍ଷରେ ବଡ଼ ମୁକ୍ତା ୧୯, ଚନ୍ଦ୍ରିକାରେ ନାୟକ ହିରା ୧, ପ୍ରଥମ ବେଢ଼ରେ ନାୟକ ହିରା୧

ଦ୍ଵିତୀୟ ବେଢ଼ରେ ହୀରାକଣି ୧୨, ତୃତୀୟ ବେଢ଼ରେ ହୀରାକଣି ୧୪, ଚତୁର୍ଥ ବେଢ଼ରେ ହୀରାକଣି ୧୯, ପଞ୍ଚମ ବେଢ଼ରେ ହୀରାକଣି ୪୩, ଦୁଇପାଖ ଡାଳିରେ ହୀରାକଣି ୬, ଦୁଇପାଖ ଡାଳିରେ ଅତି ଛୋଟ ହୀରାକଣି ୪୫, ଦୁଇ ପାଖ ଓଲମରେ ବଡ଼ ମର୍କତ କଣ୍ଠି ୨, ପ୍ରତ୍ୟେକରେ ୧କରି ସୂକ୍ଷ୍ମ ମୁକ୍ତା ୧୬, ପଦକରେ ନାୟକ ହୀରା ୧, କରରେ ହୀରାକଣି ୧୪, ରଙ୍ଗୀ ଓ ନୀଳ କାଚ ୧୬୨, ତଳ ଓ ଉପର ବେଢ଼ରେ ରଙ୍ଗ କାଚ ୧୦୮, ତଳ ଭୁଣ୍ଡିରେ ରଙ୍ଗକାଚ ୧୮, ସୂକ୍ଷ୍ମ ମୁକ୍ତା ଝାଲର ୧୮, ବଡ଼ ଓଲମ ମର୍କତ କଣ୍ଠି ୧, ଏହା ତଳେ ସୂକ୍ଷ୍ମ ମୁକ୍ତା ଝାଲର ୧୨”।

କିଭଳି ଚମତ୍କାର ବର୍ଣ୍ଣନା ଦେଖନ୍ତୁ। ଜଗନ୍ନାଥଙ୍କ ଏହି ରତ୍ନ ଅଳଙ୍କାର ଅର୍ଥାତ୍ ‘ରତ୍ନଜଡ଼ିତ ସୁନା ନାକୁଆସି’ର ଓଜନ ରହିଛି ୮୫ ଭରି ୮ ଅଣା। ଅର୍ଥାତ୍ ସାଧାରଣ ହିସାବରେ ୮୫୦ ଗ୍ରାମ୍। ୧୨୪ ପୃଷ୍ଠା ବିଶିଷ୍ଟ ରତ୍ନ ଅଳଙ୍କାର ତାଲିକାରେ ଏଭଳି ୭୪୭ଟି ଭିନ୍ନ ଭିନ୍ନ ଅଳଙ୍କାର ସମ୍ପର୍କରେ ବିସ୍ତୃତ ସୂଚନା। ସେଠାରେ ଏକ ସପ୍ତଫେନି ନାଗ ଅଛି ବୋଲି ସେଠାକୁ ଯାଇଥିବା ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *