ତୁଳସୀ ଚଉରା ପୂଜା ବେଳେ ଏହି ଭୁଲ କଲେ ଘରେ ଅଭାବ ଦେଖାଦିଏ, ଭୁଲରେ ଏହି ଦିଗରେ ରଖନ୍ତୁ ନାହିଁ ତୁଳସୀ ବୃକ୍ଷ

ବନ୍ଧୁଗଣ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଵସ୍ତୁ ଉପରେ ଆଲୋଚନା କରିବା ଆଜିର ବିଷୟରେ ଆମେ ଜାଣିବା ମାତା ବୃନ୍ଦାବତୀ ବା ତୁଳସୀ ଚଉଁରାକୁ ଆମେ ଯେତେବେଳେ ପୂଜା କରୁଛେ ପୂଜା କରିବା ସମୟରେ ଏହି ସବୁ ଭୁଲ ଆମେ କରିବା ଉଚିତ ନୁହେଁ | ତୁଳସୀ ଚଉଁରାକୁ ପୂଜା କରିବା ଦରକାର ନା ଆଗେ ଘରେ ଥିବା ଠାକୁରଙ୍କୁ ପୂଜା କରିବା ଦରକାର ଏମିତି ବହୁତ କିଛି ବିଷୟରେ ଆଜି ଆମେ ଆଲୋଚନା କରିବା | ବନ୍ଧୁଗଣ ସନାତନ ଧର୍ମରେ ତୁଳସୀ ଗଛର ମହିମା ସର୍ବଶ୍ରେଷ୍ଠ ଅଟେ ପ୍ରତ୍ୟକ ବ୍ୟକ୍ତି ବିଶେଷଙ୍କ ଘରେ ତୁଳସୀ ଚଉଁରା ବିଦ୍ୟମାନ ତୁଳସୀ ବୃକ୍ଷ ଆମ ଧାର୍ମିକ ଭାବନା ସହିତ ଜଡ଼ିତ ତାହା ନୁହେଁ

ଏହା ବୈଜ୍ଞାନିକ ଦୃଷ୍ଟି କୋଣରୁ ଆମ ଦୈନିକ ଜୀବନ ପାଇଁ ନିହାତି ଆବଶ୍ୟକ | ତୁଳସୀ ବୃକ୍ଷ ଏକ ପବିତ୍ର ବୃକ୍ଷ ଯେଉଁ ବୃକ୍ଷରେ ସ୍ୱୟଂ ସୃଷ୍ଟି ପାଳକ ବାସ କରିଥାଆନ୍ତି | ତୁଳସୀ ବୃକ୍ଷ ହେଉଛି ଶ୍ରୀ ହରିଙ୍କ ଅଂଶ ବିଶେଷ ଯଦି ଶ୍ରୀହରି ତୁଳସୀ ବୃକ୍ଷରେ ନିବେଦନ କରନ୍ତି ତାହା ନୁହେଁ ଶାସ୍ତ୍ର କୁହନ୍ତି ତୁଳସୀ ଗଛର ମୂଳରେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ବାସ ହୋଇଥାଏ | ମଧ୍ୟ ଭାଗରେ ପାଳନ କର୍ତ୍ତା ଶ୍ରୀବିଷ୍ନୁ ଙ୍କ ବାସ ହୋଇଥାଏ

ତୁଳସୀ ଗଛରେ ମହାଦେବଙ୍କ ବାସ ହୋଇଥାଏ ତ୍ରିଦେବ ମା ତୁଳସୀଙ୍କ ଦେହରେ ବାସ କରିଥାଆନ୍ତି | ଏଣୁ ମାତା ତୁଳସୀ ପବିତ୍ର ଅଟନ୍ତି ପ୍ରଭୁ ଜଗନାଥଙ୍କ ପୂଜା ବିନା ତୁଳସୀରେ ପୂଜା କରାଯାଏ ନାହିଁ ଖାଲି ଯେ ହରିଙ୍କର ତୁଳସୀ ପ୍ରିୟ ତାହା ନୁହେଁ ଦେବ ଦେବ ମହାଦେବଙ୍କ ତୁଳସୀ ମଧ୍ୟ ଅତିପ୍ରିୟ | ପ୍ରଥମ କଥା ହେଉଛି ମାତା ବୃନ୍ଦାବତୀଙ୍କୁ ଆପଣ ଯେଉଁଠି ସ୍ଥାପନ କରିବେ ବା ଘରର କେଉଁ ସ୍ଥାନରେ ମାତା ବୃନ୍ଦାବତୀଙ୍କ ସ୍ଥାନ ରହିବା ଦରକାର |

ଶାସ୍ତ୍ର କୁହନ୍ତି ନଦୀ ତଟରେ ସ୍ମଶାନରେ ଏବଂ ଗୃହର ଦକ୍ଷିଣରେ କେବେବି ତୁଳସୀ ବୃକ୍ଷ ରୋପଣ କରାଯିବ ନାହିଁ | ଯଦି ଆମେ ଏହି ସ୍ଥାନରେ ତୁଳସୀ ରୋପଣ କରୁଛନ୍ତି ତାହେଲେ ଆମକୁ ଜମ ଦଣ୍ଡ ଭୋଗିବାକୁ ପଡ଼ିଥାଏ | ଆପଣ ଯେତେବେଳେ ଘରର ଭିତରକୁ ପ୍ରବେଶ କରିବେ ଆପଣଙ୍କ ବାମ ପାର୍ଶ୍ୱରେ ତୁଳସୀ ଗଛ ରହିବା ଆବଶ୍ୟକ |

Leave a Reply

Your email address will not be published. Required fields are marked *