ସିମ କାର୍ଡ ୟୁଜର ମାନଙ୍କ ପାଇଁ ଆସିଲା ଖୁସି ଖବର ,ନୂଆ SIM କିଣୁଥିଲେ ଶୀଘ୍ର ଦେଖନ୍ତୁ ନଚେତ ଦେଇପାରନ୍ତି ବଡ଼ ଆକାରର ଜରିମାନା

ଆପଣଙ୍କ ପାଖରେ ଯେକୌଣସି କମ୍ପାନୀର ସିମ କାର୍ଡ ଥାଉ ଆଜିର ବିଷୟଟି ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସବୁ ସିମ କାର୍ଡ ୟୁଜର ମାନକ ପାଇଁ ଆଜିର ବିଷୟଟି ବହୁତ ଗୁରୁତ୍ବପୂର୍ଣ୍ଣ ରହିବ | ଏବେ ଏବେ ସିମ କାର୍ଡକୁ ନେଇ ଯେଉଁ ବଡ଼ ଅପଡେଟ ଆସିଛି ଆଜିକା ସମୟରେ ଆମେ କଲ କରିବା ପାଇଁ ସିମର ବ୍ୟବହାର କରୁଛନ୍ତି ଆପଣଙ୍କ ପାଖରେ ଯେକୌଣସି ସିମ ଥାଉ ଏହି ବିଷୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ

ନୂଆ ଟେଲିକମ ଆଇନ ଲାଗୁ ହେବାକୁ ଯାଉଛି ଏହି ନୂଆ ଟେଲିକମ ଆଇନରେ ନୂଆ ସିମ କାର୍ଡ କିଣିବା ଏବଂ ନକଲି ସଂଯୋଗ କଲ ଟ୍ୟାପିଙ୍ଗ ପାଇଁ କଠୋର ବ୍ୟବସ୍ଥା ରହିଛି | ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ନୂଆ ଟେଲିକମ ବିଲ ଲୋକସଭାରେ ଆଗତ କରିଥିଲେ ଏହି ବିଲ ଆଗତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା

ଏବେ ଏହି ଆଇନ କିଛି ଧାରା ଜୁନ 26 ରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଏହି ନୂଆ ଟେଲିକମ ଆଇଏନ ନଅରୁ ଅଧିକ ସିମ କାର୍ଡ କିଣିଥିବା ଲୋକଙ୍କ ପାଇଁ ଅସୁବିଧା ଆଣିପାରେ | ଯଦି କୌଣସି ଉପଭୋକ୍ତାଙ୍କ ଆଧାର କାର୍ଡରୁ ୯ରୁ ଅଧିକ ସିମ୍ କାର୍ଡ ଜାରି ହୋଇଛି

ତେବେ ପ୍ରଥମ ଭୁଲ ପାଇଁ ୫୦ ହଜାର ଟଙ୍କା ଜରିମାନା ଏବଂ ବାରମ୍ବାର ଭୁଲ କଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ । ଏହାବ୍ୟତୀତ ଯଦି ୟୁଜର ଆଇଡିକୁ ସିମ୍ କାର୍ଡ କିଣିବା ପାଇଁ ଜାଲିଆତି କରି ବ୍ୟବହାର କରାଯାଏ ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ କିମ୍ବା ଉଭୟ ଜେଲ ଓ ଜରିମାନା ହୋଇପାରେ ।

ଏଥିରେ ସିମ କାର୍ଡ ରିସିଭରଙ୍କ ଠାରୁ ଆପଣଙ୍କ ପରିଚୟ ଲୁଚାଇବା ଅନ୍ତର୍ଭୁକ୍ତ ଏହା ବ୍ୟତୀତ ଟେଲିକମ ଅପରେଟର ମାନଙ୍କୁ କେବଳ ବାୟୋମେଟ୍ରିକ ଆଧାରିତ ପରିଚୟ ଅର୍ଥାତ ଆଧାର କାର୍ଡ ଜରିଆରେ ବ୍ୟବହାର କାରୀଙ୍କୁ ଜାଞ୍ଜ କରିବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *