ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଅତି ସହଜରେ ସୁନ୍ଦର ଭାବରେ କିପରି ଆପଣ ଆପଣଙ୍କ ଭବିଷ୍ୟତ ଜାଣିପାରିବେ ଆପଣଙ୍କ ମନର ଇଛାକୁ ଜାଣିପାରିବେ ଆମେ ଏହି ବିଷୟଟିରେ ପ୍ରସ୍ତୁତ କରିଅଛୁ ମାତ୍ର ତିନୋଟି ଠାକୁରଙ୍କୁ ଆମେ ରଖିଅଛୁ ଆପଣ ସେହି ତିନୋଟି ଠାକୁର ମଧ୍ୟରୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ବାଛିବାକୁ ହେବ ଦେଖନ୍ତୁ ଭଗବାନ ଗଣେଶ ହୁଅନ୍ତୁ ଦେବ ଦେବ ମହାଦେବ ହୁଅନ୍ତୁ କି ଶ୍ରୀକୃଷ୍ଣ ଏହି ତିନୋଟି ଦେବତାଙ୍କୁ ଆମେ ଅତି ଶ୍ରଦ୍ଧା ସହିତ ପୂଜା କରିଥାଉ ଏବଂ ଯଦି କୁହାଯାଏ ତିନୋଟି ମଧ୍ୟରୁ ଗୋଟିଏ ବାଛନ୍ତୁ ତେବେ ଆପଣ ନିଜ ପ୍ରିୟ ଭଗବାନଙ୍କୁ ବାଛନ୍ତୁ ଏବଂ ଜାଣନ୍ତୁ ନିଜ ଆଗାମୀ ଭବିଷ୍ୟତ ବିଷୟରେ |

ପ୍ରଭୁ ଗଣେଶ – ଭଗବାନ ଗଣେଶ ଜି ଅଗ୍ରପୂଜ୍ୟ ଅଟନ୍ତି ସେ ସବୁଠାରୁ ପ୍ରଥମେ ପୂଜା ପାଇଥାଆନ୍ତି ଆପଣଙ୍କୁ ଯଦି ଭଗବାନ ଗଣେଶ ଜି ଅଧିକ ଭଲ ଲାଗିଛନ୍ତି ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବର୍ତ୍ତମାନ ସମୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ | ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ଅଚିରେ ସମାଧାନ ହେବ | ମିତ୍ର ମାନଙ୍କ ସମ୍ପର୍କରେ ଯଦି କିଛି ବାଧା ଆସୁଥିଲା ସେଥିରେ ଭଲ ଯୋଗ ଆସିବ | ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଆପଣ ଯେଉଁ ବିବାଦରେ ଫସି ରହିଛନ୍ତି ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିଯିବ |

ମହାଦେବ -ଆପଣ ଯଦି ଭଗବାନ ମହାଦେବଙ୍କୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଅଙ୍କ ଭବିଷ୍ୟତ କଣ କହୁଅଛି ଆପଣଙ୍କ ଦୁଃସ୍ବପ୍ନ ଏଥର ଦୂର ହେଲା ଏବଂ ସୁଖ ସୌଭାଗ୍ୟର ଯୋଗ ପାଇ ଆପଣ ଆନନ୍ଦରେ ସମୟ ଅତିବାହିତ କରିବେ | ଆପଣ ଏବେ ଯେଉଁ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିଛନ୍ତି ସେଥିରେ ସଫଳତା ପାଇବା ପାଇଁ ଅଧିକ ବ୍ୟସ୍ତ ରହୁଛନ୍ତି ତେବେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ପ୍ରାପ୍ତି ହେବ | ସଫଳତା ଆପଣଙ୍କ ହାତକୁ ଟିକେ ବିଳମ୍ବରେ ଆସିବ ମନ୍ଦ ଦଶା ଲାଗି କିଛି ଅଶାନ୍ତି ଭୋଗ କରୁଛନ୍ତି କିନ୍ତୁ ଏଥର ସେପରି ଫଳ ଆପଣ ଆଉ ଭୋଗ କରିବେ ନାହିଁ |

ଶ୍ରୀକୃଷ୍ଣ – ଆପଣ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି ଯାଣିନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ୱ ସମ୍ପନ୍ନର ବ୍ୟକ୍ତି ଅନ୍ୟର ମନ ମୋହିନେଲା ଭଳି କଥା କହିଥାଆନ୍ତି | ଦେଖିବାକୁ ଖୁବ ସୁନ୍ଦର ,ଚତୁର ଏବଂ ସମାଜରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି | ଆପଣଙ୍କ ଅତୀତ ବହୁତ ଦିନ ହେଲା ମନ୍ଦ ଦଶା ଭୋଗ ହେଇ ଆସୁଅଛି ତେବେ ସେଥିପାଇଁ ଆପଣ ବହୁତ ଚିନ୍ତିତ ହୋଇ ପଡ଼ିଛନ୍ତି କିନ୍ତୁ ବର୍ତ୍ତମାନ କୌଣସି ମନ୍ଦ ଦଶା ଆପଣଙ୍କ ଜୀବନରେ ଆଉ ଘଟିବାର ନାହିଁ | ଆଗରୁ ସନ୍ତାନ ମାନଙ୍କ ପାଇଁ ମଧ୍ୟ ଦୁଃଖ ପାଉଥିଲେ ପରିବାର ତରଫରୁ ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ୱରଙ୍କ ସୁଦୃଷ୍ଟିରୁ ଆପଣଙ୍କର ଶୁଭ ଫଳ ମିଳିବାର ସମୟ ଆସିଯାଇଛି |

Leave a Reply

Your email address will not be published. Required fields are marked *