ତୁଳସୀ ଗଛ ଅଚାନକ ଶୁଖି ଯିବାର ଅର୍ଥ କଣ ଭୟଙ୍କର କଥା ଜାଣିରଖନ୍ତୁ ଘରକୁ ମାଡ଼ି ଆସିପାରେ ଭୟଙ୍କର ଦାରିଦ୍ର୍ୟତା

ଅନେକ ପ୍ରକାରର ବାସ୍ତୁ ଗଛ ତଥା ତୁଳସୀଗଛ, ଶମୀ ଗଛ, ମନିପ୍ଳାଣ୍ଟ, ଅପରାଜିତା ଏବଂ ପାରିଜାତ ଭଳି ଗଛ ଲୋକମାନେ ଘରେ ଲଗାଇଥାନ୍ତି । ଘରର ବାସ୍ତୁଦୋଷ ଓ ଅନ୍ୟ ସମସ୍ଯା ଦୂର କରିବା ପାଇଁ ଏଗୁଡ଼ିକୁ ଘରେ ଲଗାଯାଏ । ଭିନ୍ନ ଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହିସବୁ ବାସ୍ତୁ ଗଛ ଘରେ ରଖି ପୂଜା କରିବା ପାଇଁ ଶାସ୍ତ୍ରରେ ମଧ୍ୟ ଉପଦେଶ ଦିଆଯାଇଛି । ହେଲେ ଏହି ଗଛ ଅଚାନକ ଶୁଖିଯିବାର ଅର୍ଥ ଖୁବ ଭୟଙ୍କର ହୋଇଥାଏ । ଆସନ୍ତୁ ଏନେଇ ଜାଣିବା । ଶାସ୍ତ୍ର ଅନୁସାରେ ଘର ଭିତରେ ଲଗାଇଥିବା ତୁଳସୀଗଛ, ଶମୀ ଗଛ, ମନିପ୍ଳାଣ୍ଟ, ଅପରାଜିତା ଏବଂ ପାରିଜାତ ଗଛ ଆଦି ଶୁଖିଯିବା ଅଶୁଭ ହୋଇଥାଏ । ଘରର ଶାନ୍ତି, ସମୃଦ୍ଧି ଓ ଉନ୍ନତି ପାଇଁ ତୁଳସୀ ପୂଜା କରାଯାଇଥାଏ ।

ଏହି ତୁଳସୀଗଛ ଅଚାନକ ଶୁଖିଯିବା ବା ସମୟ ପୂର୍ବରୁ ମରିଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ତୁଳସୀ ମା’ ବୃନ୍ଦାବତୀ ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଅଟନ୍ତି । ସେହିପରି ଘରର ଉନ୍ନତି ଓ ସଫଳତା ପାଇଁ ଘରେ ଅପରାଜିତା ଫୁଲ ଲଗା ଯାଇଥାଏ । ଏହି ଗଛ ଶୁଖିଯିବା ବା ମରିଯିବା ଦ୍ଵାରା ଘରର ଉନ୍ନତି ଓ ସଫଳତାରେ ବାଧା ସୃଷ୍ଟି ହେବାର ପୂର୍ବ ସୂଚନା ଦେଇଥାଏ । ଏହାଦ୍ବାରା କୌଣସି କାର୍ଯ୍ୟ ସଠିକ ଭାବେ ହୁଏନାହିଁ ଏବଂ ମହତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ବନ୍ଦ ହେବାକୁ ଲାଗେ । ମନିପ୍ଲାଣ୍ଟ ଗଛ ମଧ୍ୟ ଘରେ ମାତା ଲକ୍ଷ୍ମୀଙ୍କୁ ସ୍ଥାୟୀ ଭାବେ ରଖିବା ପାଇଁ ଏବଂ ଧନ ବୃଦ୍ଧି ହେବା ପାଇଁ ଲଗା ଯାଇଥାଏ ।

ଏହି ଗଛ ବିନା କାରଣରେ ମରିଗଲେ କିମ୍ବା ଶୁଖିଗଲେ ଧନହାନି, ଅଯଥା ଖର୍ଚ୍ଚ ଓ ଧନଜନିତ କିଛି କ୍ଷତି ହେବାର ସୂଚନା ଦେଇଥାଏ । ସେହିପରି ଘର ମଧ୍ୟରେ ଶନିଦେବଙ୍କୁ ଶାନ୍ତ ରଖିବା ପାଇଁ ଶମୀ ଗଛ ସ୍ଥାପନ କରାଯାଏ ଓ ପୂଜା ମଧ୍ୟ କରାଯାଏ । ପ୍ରତ୍ଯେକଙ୍କ ଜନ୍ମ କୁଣ୍ଡଳୀରେ ଶନି ଗ୍ରହ ଶାନ୍ତ ରହିବା ଆବଶ୍ୟକ ହୋଇଥାଏ । ଯେଉଁ ଘରେ ପୂଜା ହେଉଥିବା ଶମୀ ଗଛ ଶୁଖିବାକୁ ଲାଗେ ସେହି ଘର ପ୍ରତି ଶନିଙ୍କ ଅଶାନ୍ତି ବଢିବାକୁ ଲାଗେ ଓ କୋପ ଦୃଷ୍ଟି ମଧ୍ୟ ପଡିଥାଏ ।ଫଳରେ ସେହି ଘରେ କଦାପି କୌଣସି ଶୁଭ କାର୍ଯ୍ୟ ହୋଇପାରେ ନାହିଁ । ପରିବାରର ମାନ ସମ୍ମାନ ପାଇଁ ଘରେ ପାରିଜାତ ଗଛ ଲଗା ଯାଇ ପୂଜା କରା ଯାଇଥାଏ ।

ଯେଉଁ ଘରେ ବିନା କାରଣରେ ଏହି ଗଛ ଶୁଖିବାକୁ ଲାଗେ ସେହି ଘରର ମାନ ସମ୍ମାନ ମଧ୍ୟ ଧୀରେ ଧୀରେ ହାନି ହେବାକୁ ଲାଗେ । ଘରକୁ ଆଗକୁ କୌଣସି ବଡ ସମସ୍ଯାର ସମୁଖୀନ ହେବାକୁ ପଡିବ ବୋଲି ଏହା ସୂଚନା ଦେଇଥାଏ । ପାରିଜାତ ଗଛ ଶୁଖିବା ଫଳରେ ଘର ଉପରେ ନକରାତ୍ମକ ଶକ୍ତିଙ୍କର ମଧ୍ୟ ଅଧିକ ପ୍ରଭାବ ରହିଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *