ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ,ଏହିଦିନ ଠାରୁ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ Student ମାନେ ଜାଣିରଖନ୍ତୁ

ଏବେ ଏବେ ସ୍କୁଲ ପିଲାଙ୍କ ପାଇଁ ଆସିଲା ବଡ଼ ଅପଡେଟ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ | ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ସରକାରୀ ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁନ 21 ଯାଏ ସକାଳ 6.30 ରୁ 10.30 ଯାଏ ପର୍ଯ୍ୟନ୍ତ ଖୋଲା ରହିବ |

ଜୁନ 22 ତାରିକ ଠାରୁ ସମସ୍ତ ସ୍କୁଲ ଠିକ ଭାବରେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି | ସୂଚନା ଯୋଗ୍ୟ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତି ହୋଇଥିବାରୁ ସ୍କୁଲ ଖୋଲା ରହିବ କି ନାହିଁ ଏନେଇ ନିଷ୍ପତି ନେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ସତ ଖରା ଛୁଟି ପରେ ଜୁନ 18 ରେ ସ୍କୁଲ ହୋଇଥାଆନ୍ତା |

ମାତ୍ର ସରକାରଙ୍କ ନିର୍ଦେଶ ପରେ ପୁଣି କେତେକ ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରା ଯାଇଥିଲା ଏହି ନିର୍ଦେଶ ଅନୁସାରେ ଜିଲ୍ଲାପାଳ ମାନେ ନିଜ ନିଜର ପାଣିପାଗ ସ୍ଥିତିକୁ ନେଇ ସରକାରୀ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ବଣ୍ଟ ପରିବର୍ତ୍ତନ କରିବାକୁ ନିର୍ଦେଶ ଦିଆ ଯାଇଥିଲା

ଏହି ନିର୍ଦେଶ 20 ତାରିକ ପର୍ଯ୍ୟନ୍ତ ବଳବତ୍ତର ରହିଥିବାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ ପୁଣି ବଢ଼ାଇ ଦିଆଯାଇଛି | 22 ତାରିକ ଠାରୁ ସମସ୍ତ ଜିଲ୍ଲାର ସ୍କୁଲ ସ୍ୱାଭାବିକ ଭାବରେ ଖୋଲା ରହିବ ବୋଲି ଖବର ମିଳିଛି |

Leave a Reply

Your email address will not be published. Required fields are marked *