ବନ୍ଧୁଗଣ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ପକ୍ଷରୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି କିଛି ନୂଆ ଅପଡେଟ ବର୍ତ୍ତମାନ ଯାହାବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ଗ୍ରୀଷ୍ମ ଛୁଟି ପରେ ରାଜ୍ୟର ଅଧା ସ୍କୁଲ ଖୋଲିଛି। ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ ୨୦ ତାରିଖ ପରେ ଖୋଲିବ । ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଭିନ୍ନ କାର୍ଯ୍ୟକଳାପ ପ୍ରସ୍ତୁତ କରାଯାଇଛି।
ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ ମାନଙ୍କୁ ଦାୟିତ୍ବ ଦିଆଯାଇଛି ।ସ୍କୁଲ ଖୋଲିବା ମାତ୍ରେ ପ୍ରଧାନଶିକ୍ଷକ ଶିକ୍ଷକଙ୍କୁ ନେଇ ଏକ ବୈଠକ କରିବେ। ଏହି ବୈଠକରେ ପାଠପଢ଼ାର ଯୋଜନା ନେଇ ପ୍ରସ୍ତୁତି କରାଯିବ ଟାଇମ ଟେବୁଲ ପ୍ରସ୍ତୁତ କରାଯିବ | କିମ୍ବା ଲେସନ୍ ନୋଟ୍ ପ୍ରସ୍ତୁତ କରାଯିବ । ପାଠ୍ୟପୁସ୍ତକ ଓ ୱାର୍କବୁକ୍ସ ବଣ୍ଟନ କରିବାକୁ ନିଶ୍ଚିତ କରିବେ । ସ୍କୁଲ ଖୋଲିବା ଦିନ ଠାରୁ ବିଦ୍ୟା ପ୍ରବେଶ ମଡ୍ୟୁଲ୍ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରାଯିବ ।
ହସ ଖେଳ ମାଧ୍ୟମରେ ପିଲାଙ୍କୁ ପଢ଼ାଯିବ। ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ନିଆଯାଇଥିବା ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ଦିଆଯାଇଥିବା ହୋମ୍ଓ୍ବାର୍କର ଯାଞ୍ଚ କରିବେ ଶିକ୍ଷକ । ଯଦି କୌଣସି ପିଲା ଏହାକୁ ସାରିନଥିବ ତେବେ ତାକୁ ସାରିବା ପାଇଁ ସହଯୋଗ କରିବେ ଶିକ୍ଷକ । ଜାରି ହୋଇଥିବା ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ପାଠପଢ଼ା ହେବ। ଏଥିରେ ଯେପରି କୌଣସି ହେଲା ନହୁଣ ହେବ ।
ଏଥିରେ ଯେପରି କୌଣସି ହେଲା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଗୋଟିଏ ୱାର୍କ ବ୍ଲକ୍ରେ ପିଲାର ଉନ୍ନତି ନେଇ ଉଲ୍ଲେଖ ରହିବ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ବିଜ୍ଞାନ ପରୀକ୍ଷାଗାରରେ ପ୍ରାକ୍ଟିକାଲ ଜ୍ଞାନ ପ୍ରଦାନ କରାଯିବ। ସ୍କୁଲ ପରିବେଶକୁ ଶୈକ୍ଷିକ ଓ ଛାତ୍ର ବାତାନୁକୂଳ ପରିବେଶ କରିବାକୁ କୁହାଯାଇଛି। ପ୍ରଧାନଶିକ୍ଷକ ପ୍ରତ୍ୟେକ ଶ୍ରେଣୀ ଗୃହ ପରିଦର୍ଶନ କରି ପାଠପଢ଼ା ଯାଞ୍ଚ କରିବେ ।