ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ ସୂଚନା ବର୍ତମାନ ଜହାବିକିଛ ଅପଡେଟ ଆସିଛି ତାହାକୁ ସମସ୍ତେ ଜାଣିବା ନିହାତି ଆବଶ୍ୟକୀୟ | ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଅପଡେଟ ବିଷୟରେ | ସ୍କୁଲ ତଦାରଖ, ବ୍ୟବସ୍ଥା ଯାଞ୍ଚ କରିବେ ରାଜ୍ୟର ବରିଷ୍ଠ ଶିକ୍ଷା ଅଧିକାରୀ। କେବଳ ଯାଞ୍ଚ ନୁହେଁ, ଛାତ୍ରଛାତ୍ରୀଙ୍କ ଠାରୁ ଅଭିଯୋଗ ମଧ୍ୟ ଶୁଣିବେ। ତା’ର ସମାଧାନ କରିବେ। ଏପରିକି ପରିଭ୍ରମଣ କରିବାପରେ ବିଭାଗକୁ ଫିଡବ୍ୟାକ୍ ଦେବେ। ଜଟିଳ ଶିକ୍ଷା ବ୍ୟବସ୍ଥାକୁ ପରଖିବେ। ଏପରି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଏନେଇ ୩୦ ଜିଲ୍ଲା ପାଇଁ ୧୪ଟି ଗ୍ରୁଫ୍ କରାଯାଇଛି। ଏଥିରେ ୨୮ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ସଦସ୍ୟମାନେ ସମଗ୍ର ଶିକ୍ଷା, ଷ୍ଟାର କାର୍ଯ୍ୟକ୍ରମ, ପିଏମ୍ ଜନ୍ମନ୍ ଆଦି ଭଳି ଯୋଜନା ଜିଲ୍ମ ଭାବେ ଚାଲୁଛି କି ନାହିଁ ତା’ର ତଦାରଖ କରିବେ । ପାଠପଢ଼ା ଠିକ୍ ଠାକ୍ ଚାଲିଛି କି ନାହିଁ ତାକୁ ମଧ୍ୟ ଯାଞ୍ଚ କରିବେ । ଆର୍ଥିକ ସ୍ଥିତିର ସମୀକ୍ଷା ମଧ୍ୟ କରିବେ। ସ୍କୁଲ ପରିଭ୍ରମଣ ସମୟରେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବେ। ଏଥି ସହ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ବ୍ୟବସ୍ଥା ବାବଦରେ ପଚାରି ବୁଝିବେ।
ସ୍କୁଲ ପରିଚାଳନା କମିଟି ସଦସ୍ୟ, ବିଆରସି ସି, ସିଆରସିସି, ତୃଣମୂଳସ୍ତରର ଶିକ୍ଷା ପ୍ରଶାସକ ଓ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହେଲା ପରେ ଏହାର ସମାଧାନ ପାଇଁ ଥିବା ପଦକ୍ଷେପ ସଂପର୍କରେ ବିଭାଗକୁ ଜଣାଇବେ । ପ୍ରତ୍ୟେକ ଟିମ୍କୁ ୨ରୁ ୩ଜିଲ୍ଲାର ତଦାରଖ ଦାୟିତ୍ଵ ଦିଆଯାଇଛି ।
ଏଥିରେ ଓସେପାର ବରିଷ୍ଠ ଅଧିକାରୀ ସମେତ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଅନ୍ୟ ସଂସ୍ଥାର ଅଧିକାରୀମାନେ ରହିଛନ୍ତି। ଅଧିକାରୀମାନେ ନୋଡାଲ୍ ଅଙ୍କିପ୍ଟର ଟିମ କୁ ପରିଦର୍ଶନ ସମୟରେ ସହଯୋଗ କରିବେ । ଏହି ସମୟରେ ଯଦି କୌଣସି ଜଟିଳ ସମସ୍ୟା ଦେଖନ୍ତି ତେବେ ରାଜ୍ୟର ଏହି ଟିମ୍ ଜିଲ୍ଲା ଅଧିକାରୀଙ୍କୁ ସହଯୋଗ କରିବେ । ଏହି ଟିମ୍ ୨ ମାସ ଭିତରେ ପରିଦର୍ଶନ କରିବେ ବୋଲି ବର୍ତମାନ ସୂଚନା ମିଳିଛି ।