ମୁସ୍କିଲ ପିଚ୍ରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ ଦୁବେଙ୍କ ସାହସିକ ଇନିଂସ। ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ବକପ୍ର ୨୫ତମ ମୁକାବିଲାରେ ଭାରତ ଆମେରିକାକୁ ୭ ୱିକେଟ୍ରେ ହରାଇଛି। ବିଜୟ ସହ ତୃତୀୟ ଦଳ ଭାବେ ଭାରତ ଚଳିତ ବିଶ୍ବକପ୍ରେ ସୁପର-୮କୁ ପ୍ରବେଶ କରିଛି। ଆମେରିକା ଦ୍ବାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୮.୨ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ନେଇଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୦ ରନ ଏବଂ ଶିବମ ଦୁବେ ଅପରାଜିତ ୩୧ ରନର ଇନିଂସ ଖେଳି ଭାରତକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଆମେରିକା ୮ ୱିକେଟ୍ ହରାଇ ୧୧୦ ରନର ଚ୍ୟାଲେଞ୍ଜି ସ୍କୋର କରିଛି। ଦଳ ପକ୍ଷରୁ ନୀତିଶ କୁମାର ୨୭ ରନ ଓ ଷ୍ଟିଭେନ ଟେଲର ୨୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।
ଭାରତ ପକ୍ଷରୁ ବୋଲିଂରେ ୯ ୱିକେଟ୍ ହରାଇ ୪ ସଫଳତା ହାସଲ କରିଥିଲେ। ଭାରତ ବିଜୟରେ ପାକିସ୍ତାନ ଖୁସି ମନାଉଛି। ୧୧୧ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ପ୍ରଥମ ଓଭରର ଦ୍ଵିତୀୟ ବଲ୍ରେ ବଡ଼ ଝଟକା ଲାଗିଥିଲା। ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ତୃତୀୟ ଓଭରରଦ୍ବିତୀୟ ବଲ୍ରେ ରୋହିତ ଶର୍ମା(୩ ରନ) ଆଉଟ୍ ହୋଇଥିଲେ। ୧୦ ରନରେ ୨ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଭାରତ। ଏହା ପରେ ଋଷଭ ପନୁ ଓ ସୂର୍ଯ୍ୟକୁମାର ଯାଦବ ଇନିଂସ ସମ୍ଭାଳିଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୨୯ ରନ ଯୋଡ଼ି ସ୍କୋରକୁ ୩୯ ରନରେ ପହଞ୍ଚାଇଥିଲେ। ପନ୍ତି ୧୮ ରନ କରି ପାଭିଲିୟନ ଫେରିଥିଲେ। ଧୂମା ପିଟ୍ରେ ଭାରତର ରନ ଗତି ମଧ୍ଯ ମନୁର ପଡ଼ିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଉପରେ ଚାପ ପଡ଼ିଥିଲା।
ମାତ୍ର କ୍ରିଜରେ ସେଟ୍ ହେବା ପରେ ୧୪ତମ ଓଭରରୁ ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରିବା ଆରମ୍ଭ କରିଥିଲେ। ୧୫ ଓଭରରେ ଭାରତ ୭୬ ରନ କରିଥିଲା। ସୂର୍ଯ୍ୟକୁମାର ପିତ୍କୁ ବୁଝି ନିଜର ଚିରାଚତିତ ସଟ୍ ଖେଳି ୪୯ ବଲ୍ରୁ ୨ ଚୌକା ଓ ୨ ଛକା ସହ ୫୦ ରନ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇ ଶିବମ ଦୁବେ ୩୧ ରନ ଉପଯୋଗୀ ଇନିଂସ ଖେଳି ଅପରାଜିତ ଥିଲେ। ଦୁଇ ବ୍ୟାଟର ଅବିଭାଜିତ ଚତୁର୍ଥ ୱିକେଟ୍ରେ ୭୨ ରନ ଯୋଡ଼ି ଭାରତକୁ ୭ ୱିକେଟ୍ରେ ଜିତାଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକାକୁ ଅର୍ଶଦୀପ ସିଂ ପ୍ରଥମ ବଲ୍ରେ ଝଟକା ଦେଇଥିଲେ। ସେ ଟି-୨୦ ବିଶ୍ବକପ୍ରେ ପଦାର୍ପଣ କରିଥିବା ଶୟନ ଜହାଙ୍ଗୀରଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଆଣ୍ଡ୍ରିଜ ଗୌସ ମଧ୍ଯ କ୍ରିଜରେ ଅଧୂକ ସମୟ ତିଷ୍ଠି ପାରି ନ ଥିଲେ।
ସେ କେବଳ ୨ ରନ କରି ପାଭିଲିୟନ ଫେରିଥିଲେ। ପାଓ୍ବାର ପ୍ଲେର ପ୍ରଥମ ୬ ଓଭରରେ ଆମେରିକା ମାତ୍ର ୧୮ ରନ କରି ପାରିଥିଲା। ଆରୋନ ଜୋନ୍ସ ଓ ଷ୍ଟିଭନ ଟେଲର କ୍ରିଜରେ କିଛି ସମୟ ଜମିଥିଲେ ହେଁ ଜୋନ୍ମ ୧୧ ରନ କରି ପାଭିଲିୟନ ଫେରିଥିଲେ। ଭାରତୀୟ ଦଳର ଶାଣିତ ବୋଲିଂ ଯୋଗୁଁ ଆମେରିକା ପ୍ରଥମ ୧୦ ଓଭରରେ ୩ ୱିକେଟ୍ ହରାଇ ୪୨ ରନ କରିଥିଲା। ଟେଲରଙ୍କଠୁ ଦଳ ବଡ଼ ଆଶା କରିଥିଲେ ହେଁ ସେ ୨୪ ରନ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ନୀତିଶ କୁମାର ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ ହେଁ ୨୩ ବଲ୍ରୁ ୨୭ ରନର ଉଲ୍ଲେଖନୀୟ ଇନିଂସ କରିଥିଲେ।
୧୫ ଓବରରେ ଆମେରିକା ୫ ୱିକେଟ୍ ହରାଇ ୮୧ ରନ କରିଥିଲା।କୋରି ଆଣ୍ଡରସନ ଦ୍ରୁତ ବ୍ୟାଟିଂ କରିବା ଚକ୍କରରେ ବଡ ସଟ୍ ଖେଳି ପାଭିଲିୟନ ଫେରିଥିଲେ। ଲଗାତାର ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଶେଷ ୨ ଓଭରରେ ଆମେରିକା ୧୦ ରନ କରିଥିଲା। ଶେଷରେ ଆମେରିକା ୮ ୱିକେଟ୍ ହରାଇ ୧୧୦ ରନ କରି ପାରିଥିଲା। ବୋଲିଂରେ ଅର୍ଶଦୀପ ସିଂ ଘାତକ ବୋଲିଂ କରି ୪ ଓଭରରେ ୯ ରନ ଦେଇ ୪ଟି ୱିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ୟା ୪ ଓଭରରେ ୧୪ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି।