ପ୍ରଭୁ ଜଗନ୍ନାଥଙ୍କର ଭକ୍ତିରେ ସବୁ ବେଳେ ତଲିନ୍ନ ରହୁନ୍ତି ସ୍ମୃତି ରଞ୍ଜନ । କଟକ ଜିଲ୍ଲା ଛତିଆ ନିକଟ ଗୋଠମୁହଁ ଗାଁରେ ଘର । ହତୁ ପାଇବା ଦିନରୁ ସେ ମହାପ୍ରଭୁଙ୍କ ପ୍ରେମରେ ପଡି ଯାଇଛନ୍ତି । ୨୦୧୦ ମସିହାର କଥା ସେତେବେଳକୁ ନବମ ଶ୍ରେଣୀରେ ପଢୁଥାନ୍ତି ସ୍ମୃତି । ସ୍ମୃତିଙ୍କ ସହ ସବୁ ସାଙ୍ଗ ମାନେ ପାଠ ପଢ଼ୁଥିବା ବେଳେ ପ୍ଲାନ କଲେ ପୁରୀ ଯାଇ ବୁଲି ଆସିବା ପାଇଁ । ସମସ୍ତେ କଥାବାର୍ତା ହେଲେ ଜଗା ଦର୍ଶନ କରିବା। ଅବଢ଼ା ଖାଇବା। ସନ୍ଧ୍ୟା ରେ ଚାପ ଖେଳ ଦେଖୁକି ପର ଦିନ ଆସିବା। ଦୁଇରୁ ତିନି ଦିନ ରହିବାର ପ୍ଲାନ୍ କଲେ ସମସ୍ତେ।
ନିଶ୍ଚପତି ଯାହାହେଲା ସମସ୍ତେ ଶୁଣି ରାଜି ହୋଇଗଲେ ହେଲେ କିନ୍ତୁ ସ୍ମୃତି ରଞ୍ଜନ ଚିନ୍ତା କଲେ ସମସ୍ତେ ସିନା ଘରୁ ମାଗିକି ପଇସା ନେଇଆସିବେ ହେଲେ ଆମଘରେ ଏତେ ପଇସା କୋଉଠୁ ଆସିବ ମୋ ପାଖରେ ଏତେ ଟଙ୍କା ନାହିଁ ଘରକୁ ଆସି ସ୍ମୃତି ରଞ୍ଜନ ଭାବିଲେ 200ରୁ 300 ଟଙ୍କା ଖର୍ଚ୍ଚ ହେବ ମୋ ପାଖରେ ତ ଟଙ୍କା ଜମା ନାହିଁ ମୁ ଯିବି କେମିତି କିନ୍ତୁ ମନ ଭିତରେ ପୁରୀ ଯିବାକୁ ବହୁତ ଇଛା ଥାଏ ପୁରୀ ଯିବାକୁ | ହେଲେ ପଇସା ନଥିବାରୁ ମୁହଁ ମଳିନ ପଡିଯାଉଥାଏ ମାନେ ମାନେ ଭାବିଲେ ମୁ ବୋଧେ ଯାଇପାରିବିନି |
ହୋଉ ମୁଁ ସମସ୍ତଙ୍କୁ କହିଦେବି ସେମାନେ ଯାଆନ୍ତୁ ମଁ ପରେ କେବେ ଯାଇକି ବୁଲିଆସିବି ଏମିତି ଭାବି ମନଟାକୁ ବୁଝେଇଦେଇଥାନ୍ତି | କିନ୍ତୁ ପରେ ବହୁତ ଚିନ୍ତା କରୁଥାନ୍ତି ଦୁଇଦିନ ପରେ ସମସ୍ତେ ସକାଳୁ ସମସ୍ତେ ରେଡି ହୋଈଗକଲେ ପୁରୀ ଯିବାକୁ | ସ୍ମୃତି ରଞ୍ଜନଙ୍କୁ ଜଣେ ସାଙ୍ଗ ଆସି ଡାକିଲା ସ୍ମୃତି ରଞ୍ଜନ ତାଙ୍କୁ କହିଲେ ତୁ ମୋତେ 300 ଟଙ୍କା ଦେଇଥା ମୁ ପୁରୀରୁ ଆସିଲେ ତତେ ଦେଇଦେବି ସେ ସାଙ୍ଗ ଜଣଙ୍କ କହିଲା ମୋ ପାଖରେବି ଏତେ ପଇସା ନାହିଁ ମୁଁବି ଘରୁ 100 ଟଙ୍କା ଆଣିଛି ଭାବିଥିଲି ତୋ ପାଖରୁ ଆଉ 100 ଟଙ୍କା ନେଇକି ଖର୍ଚ କରିବି |
ସ୍ମୃତି ରଞ୍ଜନ କହିଲେ ମୋ ପାଖରେ ପଇସା ନାହିଁରେ ଜମା ମୁଁ ଯାଇପାରିବିନି ତମେ ସବୁ ଯାଅ ସ୍ମୃତି ରଞ୍ଜନଙ୍କ ଠାରୁ ଏହି ସବୁ କଥା ଶୁଣି ସେ ସାଙ୍ଗ ଜଣଙ୍କରେ ପଳେଇଲେ ସମସ୍ତେ ବସରେ ଯିବାପାଇଁ ଗାଁ ମୁଣ୍ଡକୁ ଗଲେଣି ସମସ୍ତେ ବସଷ୍ଟାଣ୍ଡ ଆଡକୁ ଯାଉଥିବାର ଦେଖି ମନଦୁଃଖ କରିବାକୁ ଲାଗିଥାନ୍ତି ସ୍ମୃତି ରଞ୍ଜନ | ମାନେ ମାନେ କହିବାକୁ ଲାଗିଲେ ତୁମେ ଯଦି ଡୋରିଲଗେଇନାହଁ ଠାକୁରେ ମୁ ଯେତେ ଛେଦଟିଏ କଲେବି ମୁଁ ଯାଇପାରିବି ନାହିଁ | ଏହାପରେ ଆପଣ ତଳେ ଦିଆଯାଇଥିବା ଲିଙ୍କ କ୍ଲିକ କରିକି ଶୁଣିପାରିବେ