ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଖବର ଖରା ଛୁଟିରେ ଯେମିତି ସ୍କୁଲ ପିଲାଙ୍କ ପାଠ ପଢ଼ା ବାଧା ପ୍ରାପ୍ତ ନୁହୁଏ ସେଥିପାଇଁ ଅନଲାଇନ କ୍ଲାସ କରାଯିବ ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସଠିକ ବ୍ୟବସ୍ତା କରାଯିବ ଆଜି ହୋଇଥିବା ପ୍ରଧାନ ଶିକ୍ଷକ ମାନଙ୍କ ବୈଠକରେ ଏନେଇ ଆଲୋଚନା କରାଯାଇଛି |
ଏହି ବୈଠକରେ ଚଳିତ ବର୍ଷର ଏକାଡେମିକ ପ୍ଲାନ ତାହା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସେନେଇ ଆଲୋଚନା କରାଯାଇଛି |ଏହି ବୈଠକ ଚଳିତ ଶିକ୍ଷାବର୍ଷର ପ୍ରଥମ ବୈଠକ ହୋଇଥିବାରୁ ପାଠ ପଢ଼ା ଉପରେ ବିଶେଷ ଆଲୋଚନା କରାଯାଇଛି |
ଗ୍ରୀଷ୍ମ ଛୁଟି ପୂର୍ବରୁ ପାଠ ପଢ଼ା କିପରି ହେବ ତାକୁ ନେଇ ମଧ୍ୟ ଆଲୋଚନା କରାଯାଇଛି |ଗ୍ରୀଷ୍ମ ଛୁଟିରେ ପିଲାଙ୍କ ପାଠ ପଢ଼ା ନଷ୍ଟ ନହେବା ପାଇଁ ସେମାନଙ୍କୁ ହୋମ ୱାର୍କ ମଧ୍ୟ ଦିଆଯିବ |ସେହିପରି ହ୍ୱାଟ୍ସଅପ ଗୃପରେ ଶିକ୍ଷକ ପାଠ ପଢ଼ା ଜାଞ୍ଜ କରିବେ
ଚଳିତ ବର୍ଷ ସମସ୍ତ ସ୍କୁଲରେ ବୁକ ବ୍ୟାଙ୍କ କରାଯିବ |ପରୀକ୍ଷାରେ ଉତ୍ତୀର୍ଣ୍ଣ ପିଲାମାନଙ୍କ ଠାରୁ ପାଠ୍ୟ ପୁସ୍ତକ ସଂଗ୍ରହ କରାଯିବ ଏହି ବୁକ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଉଦିଷ୍ଟ ହେବ