ବଢ଼ିପାରେ ଗରମ ହୋଇପାରେ ଅସହ୍ୟ ତାତି ଆଲର୍ଟ ଜାରିକଲା ପାଣିପାଗ ବିଭାଗ ଏହି ସବୁ ଜିଲ୍ଲାରେ କାଲି ଠାରୁ ଛେଚିବ ବର୍ଷାର ପ୍ରକୋପ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ପାଣିପାଗକୁ ନେଇ ଆସୁଛି କିଛି ବଡ଼ ସୂଚନା ରାଜ୍ୟରେ ସବୁଆଡ଼େ ତାପମାତ୍ରା ବର୍ତ୍ତମାନ 43 ଡିଗ୍ରୀ ଛୁଇଁଲାଣି ରାଜ୍ୟ ମଧ୍ୟରେ ପଶ୍ଚିମ ଗରମ ବାୟୁ ପ୍ରଭାବିତ ହେଉଛି ଅପରାହ୍ନ ମଧ୍ୟରେ ସମୁଦ୍ର ମଧ୍ୟରୁ ପବନ ଆସୁ ନାହିଁ ଫଳରେ ଦିନର ତାପମାତ୍ରା ବୃଦ୍ଧି ପାଉଛି ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ ଗ୍ରୀଷ୍ମ ତଥା ଉଷ୍ମ ଭଳି ସ୍ଥିତି ଉପୁଜୁଛି ଫଳରେ ଲୋକ ମାନଙ୍କୁ ଗରମ ଏବଂ ଗୁଳୁଗୁଳିରେ ହନ୍ତସନ୍ତ ହେବାକୁ ପଡୁଚି |

ଅନ୍ୟପଟେ ଆଗାମୀ ତିନି ଦିନ ଯାଏ ରାଜ୍ୟରେ ପ୍ରବଳ ଖରା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି କିନ୍ତୁ ଏଥିରେ ଲାଗିବ ବ୍ରେକ ରାଜ୍ୟରେ ପଶ୍ଚିମ ଝଡ଼ ସକ୍ରିୟ ହେଉଛି ଓଡିଶା ଉପରିସ୍ଥ ବଙ୍ଗୋପସାଗରରେ ପ୍ରବାହିତ ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ଆଜିଠୁ କିଛି କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି |

ତେବେ ଏହି ବର୍ଷା ଆସନ୍ତା 7 ରୁ 8 ତାରିକ ଯାଏ ଲାଗି ରହିବ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଏବଂ ତାହା ସହିତ କୁଆପଥର ବର୍ଷା ହେବାକୁ ଯାଉଛି |ଗତ 24 ଘଣ୍ଟା ମଧ୍ୟରେ ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ସବୁଠୁ କମ ତାପମାତ୍ରା 22.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ |

ରାଜ୍ୟରେ କଳାହାଣ୍ଡି ,ରାୟଗଡ଼ା ଏବଂ ନବରଙ୍ଗ ପୁରର କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ରେକର୍ଡ କରାଯାଇଛି ଏପଟେ ବଙ୍ଗୋପ ସାଗରରେ ନିମ୍ନ ଚାପ ରେଖା ପ୍ରଭାବରେ ରାଜ୍ୟରେ କାଲିଠୁ କିଛି ସ୍ଥାନରେ ହାଲୁକା ବର୍ଷା ହେବାକୁ ଯାଉଛି |

Leave a Reply

Your email address will not be published. Required fields are marked *